ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ସେମାନଙ୍କ କାମ ହୋଇଛି, ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି, ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନବିରୋଧୀ, ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ବାଧା ଦେବାକୁ ଚେଷ୍ଟା କରିଥିଲେ, ଲୋକେ ତାଙ୍କୁ କ୍ଷମା ଦେବେନି ବୋଲି କହିଲେ ନବୀନ।