ରାଜ୍ୟରେ ଜନଗଣନା ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଗଲାଣି, କୋରାପୁଟରେ ୯୦%, କୋଟିଆରେ ଶତ ପ୍ରତିଶତ ଘରଗଣନା ଶେଷ ହୋଇଛି ‘।
ଆନ୍ଧ୍ର ବହୁତ ପଛରେ, କେବଳ ହଟଚମଟ ପାଇଁ ପ୍ରୟାସ କରୁଛନ୍ତି, ଗଜପତି ଓ ବାଲେଶ୍ୱର ସୀମାନ୍ତବର୍ତ୍ତୀ ଜ଼ିଲ୍ଲାରେ ବି ଘରଗଣନା ସରିଛି। ଦେଶରେ ଜନଗଣନା ସଫଳତାରେ କରିବାରେ ଓଡ଼ିଶା ୧ ନମ୍ବର ହେବ କହିଛନ୍ତି ମନ୍ତ୍ରୀ।