ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଖେତା ଜଙ୍ଗଲରେ ୧୨ ଓ ୮ ବର୍ଷର ନାବାଳକ ପୁଅକୁ ବିଷ ପିଆଇଲା ବାପା। ଗୁରୁତର ଅସୁସ୍ଥ ୨ ନାବାଳକ ପୁଅଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସ୍କୁଲରୁ ଦୁଇ ପୁଅଙ୍କୁ ଧରି ଫେରିବା ବେଳେ ଜଙ୍ଗଲକୁ ନେଇ ବିଷ ପିଆଇଲା। ଦୁଇ ପୁଅ ବାନ୍ତି କରିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ବାପାକୁ ଧରି ପଚରାଉଚରା ପରେ ବିଷ ପିଆଇଥିବା ମାନିଥିବା ସୂଚନା ମିଳିଛି।