ଜଙ୍କିଆ ଛଣଗିରି ଗହଣା ଦୋକାନ ଲୁଟ୍‌ ଘଟଣାରେ ଆଉ ୨ ଗିରଫ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଛଣଗିରି ଗହଣା ଦୋକାନ ଲୁଟ୍‌ ଘଟଣାରେ ୨ ଗିରଫ ସହ ୧ କିଲୋ ୧୩ ଗ୍ରାମ୍‌ ସୁନା ଓ ୨୨୩୧ ଗ୍ରାମ୍ ରୁପା ଜବତ କରାଯାଇଛି। ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ କଟକର ଓ ଅନ୍ୟ ଜଣେ ପୁରୀ କଣାସର। ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ।

ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ପୂର୍ବରୁ ପ୍ରାୟ କିଲେ ସୁନା ଓ ୨୪୦୦ ଗ୍ରାମ ରୁପା ସହ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ମୋଟ୍ ୨ କିଲୋ ସୁନା ଓ ୪୫୦୦ ଗ୍ରାମ୍ ରୁପା ଜବତ କରିଛି ପୁଲିସ। ଅଗଷ୍ଟ ୨୪ ତାରିଖରେ ଦିନ ଦ୍ବିପ୍ରହରରେ ସୁନା ଦୋକାନ ଲୁଟିଥିଲେ ଦୁର୍ବୃତ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes