ଅନୁଗୋଳ ବ୍ଲକ ଅନ୍ତର୍ଗତ ନୁଆସାହି ଗ୍ରାମର ସୁଶିଳା ବିଶ୍ବାଳ ଓ ପାଣ୍ଡବ ବିଶ୍ବାଳଙ୍କ ଝିଅ ଇତିଶ୍ରୀ ବିଶ୍ବାଳ (୮) ବଳରାମ ପ୍ରସାଦ ସ୍ଥିତ ନକୁଳ ଚନ୍ଦ୍ର ସ୍ବତନ୍ତ୍ର ମୁକ ବଧୀର ସ୍କୁଲରେ ପଢୁଥିଲେ।
କିନ୍ତୁ ପାଞ୍ଚ ଦିନ ହେଲା ସେ ସ୍କୁଲରୁ କେଉଁଆଡେ ଚାଲି ଯାଇଛନ୍ତି ବୋଲି ଫୋନ ଆସିଥିଲା। ଏନେଇ ସବୁଆଡେ ଖୋଜାଖୋଜି କରିବା ପରେ ମଧ୍ୟ ନମିଳିବାରୁ ଆଜି ସୁଶିଳା ବିଶ୍ବାଳ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।