ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ଏକ ସରକାରୀ କଲେଜର ଜଣେ +୨ ଛାତ୍ରୀଙ୍କୁ ରାଗିଂ ହେଉଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଜଣେ ଛାତ୍ରକୁ ଗିରଫ କରିଛି ପୁଲିସ।
ଭିଡିଓରେ ଏକ ବାଡ଼ି ଧରି ଅଶ୍ଳୀଳ ଇଙ୍ଗିତ କରୁଥିବା ଅଭିଯୁକ୍ତ ଛାତ୍ର ଗିରଫ ହୋଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ବଡ଼ ବଜାର ପୁଲିସ ।