ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାରେ ଅଧ୍ୟାପକ ଶାଶ୍ୱତ ମହାନ୍ତି ଓ ଅଧ୍ୟକ୍ଷ ରମେଶ ସାହୁଙ୍କ ବିରୋଧରେ ଥାନାରେ ଏତଲା କଲେ ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିଲମ୍ୱିତ ହୋଇଛନ୍ତି ଉଭୟ ଅଧ୍ୟାପକ ଓ ଅଧ୍ୟକ୍ଷ।ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଥିଲେ ଛାତ୍ରୀ। ପରିଚାଳନା କମିଟିକୁ ନ ଜଣାଇ ଅଧ୍ୟକ୍ଷ ଘଟଣା ଚପାଇ ଦେଇଥିବା ଅଭିଯୋଗ ହୋଇଥିଲା।