ଆନ୍ଧ୍ର ଭଳି ଛତିଶଗଡ଼ ସରକାର ବି ଅନଧିକାର ପ୍ରବେଶ କରୁଛି ନେଇ ପ୍ରସନ୍ନ ଆଚାର୍ଯ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଝାରସୁଗୁଡ଼ା ଲଖନପୁରରେ ଅନଧିକାର ପ୍ରବେଶ କରୁଛି ଛତିଶଗଡ଼, ଅନଧିକାର ପ୍ରବେଶ କରି ଚାଷୀଙ୍କ ଗାଡ଼ିକୁ ଅଟକାଇ ଚେକିଂ କରୁଛି। ଝାରସୁଗୁଡ଼ା ପ୍ରଶାସନ ସଂପୂର୍ଣ୍ଣ ନୀରବ, ଏହାକୁ ରୋକିବାକୁ ଉଦ୍ୟମ କରନ୍ତୁ, ଝାରସୁଗୁଡ଼ା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଅନ୍ତୁ କହିଛନ୍ତି ପ୍ରସନ୍ନ।