ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଏରୋଡ୍ରମ ରାସ୍ତାରେ ଜଣେ ଛେଳି ବେପାରୀଙ୍କ ଠାରୁ ଲୁଟ କରି ପଳାଉଥିବା ଛଅ ଜଣ ଡକାୟତଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ଧରିଛି l ସମସ୍ତଙ୍କ ଘର ଭୁବନେଶ୍ୱର ଅଞ୍ଚଳରେ ବୋଲି ପୁଲିସ କହିଛି l
ସେମାନଙ୍କ ଠାରୁ ଏକ ଲକ୍ଷ ଟଙ୍କା, ଏକ ବନ୍ଧୁକ, ଏକ କାର ଓ ଦୁଇଟି ଖେଳଣା ବନ୍ଧୁକ ଜବତ ହୋଇଛି l