ଏମିତି ଏକ ଘଟଣା ବରଗଡ଼ ଜିଲ୍ଲାର ସୋହେଲା ଥାନା ଲୁହୁରାଚତି ଗ୍ରାମରେ ଘଟିଛି।
ଗତକାଲି ଲୁହୁରାଚଟି ଗ୍ରାମର ଜଗମୋହନ ଓ ତାଙ୍କ ସ୍ତ୍ରୀ ୪ଟା ସମୟରେ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କ ଘର ଗୋଡରେଜ୍ ଭାଙ୍ଗି ୧୦ଭରି ସୁନା ଅଳଙ୍କାର ଚୋରି ହୋଇଥିଲା। ଅଭିଯୋଗ ପରେ ପଦ୍ମପୁର ଏସଡିପିଓ ଓ ସୋହେଲା ଥାନା ଅଧିକାରୀ ଏକ ଟିମ୍ କରି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ପରେ ସୁଜିତ୍ ମେହେର ,ରମେଶ ମେହେର ନାମକ ଦୁଇ ଅଭିଯୁକ୍ତକୁ ଗିରଫ କରିବା ପରେ ତାଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିଛନ୍ତି।