ନିଶା ଚାଲାଣକାରୀ ନୁହେଁ, ମାଷ୍ଟରମାଇଣ୍ଡକୁ ଧରିବା ଉପରେ ଗୁରୁତ୍ୱ ଦେଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। କ୍ୟାମ୍ପସ୍ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲ୍, କଲେଜ ଅଂଚଳରେ ନିଶା କାରବାର ରୋକିବାକୁ ପ୍ରାଧାନ୍ୟ ଦେଇ ବ୍ୟାପକ ଏନଫୋର୍ସମେଣ୍ଟ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ପ୍ରମୁଖ ଅଧିକାରୀ ଉପସ୍ଥିତ ଅଛନ୍ତି।