ଗତକାଲି ଠାରୁ ଅନବରତ ବର୍ଷା ଲାଗି ରହିଥିବାରୁ ବିନିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚରଦା କୁ ଯାଇଥିବା ରାସ୍ତାରେ ଥିବା ଚୌକି ଜୋର୍ ନାଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।
ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗାଡ଼ି ମଟର ଚଳାଚଳ ବ୍ୟାହତ ହୋଇପଡ଼ିଛି।