ଚେସ ଅଲମ୍ପୟାଡ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ମଶାଲ

ଜୁଲାଇ ୨୮ରେ ମହାବଳିପୁରମରେ ହେବାକୁ ଥିବା ୪୪ ତମ ଚେସ ଅଲମ୍ପୟାଡ ପାଇଁ ଆଜି ଭୁବନେଶ୍ୱର ଏୟାରପୋର୍ଟରେ ମଶାଲ ପହଞ୍ଚିଛି ।

ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ ଆସୋସିଏସନର କର୍ମକର୍ତ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି। ରାଜ୍ୟ ଲୋକସେବା ଭବନ କନଭେନସନ ହଲରେ ଏହି ମସାଲକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ। ଉଲ୍ଲେଖଯୋଗ୍ୟ, ଏହି ମେଗା ଇଭେଣ୍ଟରେ ପଦ୍ମିନୀ ରାଉତଙ୍କ ସମେତ ଓଡ଼ିଶାରୁ ୬ଜଣ ଅଂଶଗ୍ରହଣ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version