ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ଏବେ ସୁଦ୍ଧା ୧୮ ଲକ୍ଷ ୫୦ ହଜାର ୯୮୩ ଚାଷୀ କରିଛନ୍ତି ପଞ୍ଜୀକରଣ ଥିବାବେଳେ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ଅବଧି ରହିଛି।
ଗତବର୍ଷ ୧୭ ଲକ୍ଷ ୫୦ ହଜାର ୪୬୨ ଚାଷୀ ପଞ୍ଜୀକରଣ କରିଥିଲେ।ମିଡ୍ଲି ମ୍ୟାନ୍ ଫାଇଦା ନ ନେବାକୁ ଏ ବର୍ଷ E-KYC ହୋଇଛି। ସମସ୍ୟା ଉପୁଜିବାରୁ ସେଲ୍ଫ ଡିକ୍ଲାରେସନ୍ ବ୍ୟବସ୍ଥା କରିଛୁ। ଯେଉଁଥି ପାଇଁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି କହିଛନ୍ତି ମନ୍ତ୍ରୀ।