ରାଜ୍ୟରେ ସାର ଅଭାବ ନେଇ ରାଜ୍ୟ ଓ କେନ୍ଦ୍ରକୁ ପିସିସି ସଭାପତି ଟାର୍ଗେଟ୍ କରି କହିଛନ୍ତି, ସାର ଆଣିବା ଓ ପହଞ୍ଚାଇବାରେ କେନ୍ଦ୍ର ସରକାର ବଡ଼ ଘୋଟଲା କରିଛନ୍ତି। ସେଥିପାଇଁ ରାଜ୍ୟରେ ଏବେ ସାରର ଅଭାବୀ ବିକ୍ରି ଦେଖାଯାଉଛି।
ଚାଷୀମାନଙ୍କ କଷ୍ଟ ବୁଝିବାରେ ବିଫଳ କେନ୍ଦ୍ର ଏବଂ ରାଜ୍ୟ ସରକାର।ରାଜ୍ୟରେ ସରକାର ଅଛି କି ନାହିଁ ଜଣାନାହିଁ, ସୁଶାସନ ଉତ୍ସବ ମନାଉଛନ୍ତି। ସାର କଳାବଜାରୀ ହେଉଛି, ଚାଷୀ ବାଧ୍ୟ ହୋଇ ବଡ଼ କମ୍ପାନୀଠୁ କିଣିବେ କହିଛନ୍ତି ଭକ୍ତ ଦାସ।