ଚଳିତ ବନ୍ୟାରେ ବସ୍ତା, ବାଲିଆପାଳ ଓ ଭୋଗରାଇ ଅଂଚଳ ପ୍ରଭାବିତ

ଏ ନେଇ ସୂଚନା ଦେଲେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି। ଆସନ୍ତାକାଲି ବୈତରଣୀ ଓ ସୁବର୍ଣ୍ଣରେଖାର ବନ୍ୟାଜଳ ବିପଦ ସଂକେତ ତଳକୁ ଖସିବ। କାଣୀ ନଦୀରେ ୩୦ ମିଟର ଘାଇ, ବନ୍ୟା ପାଣି କମିଲେ ମରାମତି କାମ ଆରମ୍ଭ ହେବ। ଏବେ ହୀରାକୁଦ ଡ୍ୟାମ୍‌ରୁ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ରେଙ୍ଗାଲି ଡ୍ୟାମ୍‌ରେ ୨ଟି ଗେଟ୍ ଖୋଲା ଥିବାବେଳେ ଆବଶ୍ୟକ ପଡିଲେ ଆଉ ଗୋଟିଏ ଖୋଲିବ କହିଛନ୍ତି ଯନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes