ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଥିବା ନେଇ ସୂଚନା ଦେଲେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।
ଆସନ୍ତାକାଲି ବୈତରଣୀ ଓ ସୁବର୍ଣ୍ଣରେଖାର ବନ୍ୟାଜଳ ବିପଦ ସଂକେତ ତଳକୁ ଖସିବ। କାଣୀ ନଦୀରେ ୩୦ ମିଟର ଘାଇ, ବନ୍ୟା ପାଣି କମିଲେ ମରାମତି କାମ ଆରମ୍ଭ ହେବ। ଏବେ ହୀରାକୁଦ ଡ୍ୟାମ୍ରୁ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି, ରେଙ୍ଗାଲି ଡ୍ୟାମ୍ରେ ୨ଟି ଗେଟ୍ ଖୋଲା, ଆବଶ୍ୟକ ପଡିଲେ ଆଉ ଗୋଟିଏ ଖୋଲିବ।