ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଧାୟକ ପାଣ୍ଠି ଆନୁକୂଲ୍ୟରେ ଏକ ପାଠାଗାର ଉନ୍ମୋଚିତ ହେଲା l
ଏହାଦ୍ୱାରା ପିଲାମାନେ ପାଠ୍ୟ ପୁସ୍ତକ ବ୍ୟତିରେକ ନୂଆ ନୂଆ ବହି ସହ ପରିଚିତ ହେବେ ଏବଂ ପୁସ୍ତକ ପଠନର ଗୁରୁତ୍ୱତାକୁ ବୁଝି ଅଭ୍ୟାସରେ ପରିଣତ କରିବେ ଆଶା ଓ ବିଶ୍ୱାସ ବୋଲି ଏହାକୁ ଉଦଘାଟନ କରି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି l
