ଚଇତି ପର୍ବ ଅବସରରେ ମା ତାରିଣୀ ପୀଠରେ ଭକ୍ତଙ୍କ ଭିଡ

ପଣା ସଂକ୍ରାନ୍ତି ଅବସରରେ ଘଟଗାଁ ମା’ ତାରିଣୀ ପୀଠରେ ଚଇତି ପର୍ବ ଚାଲିଛି। ଏହି ଅବସରରେ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଖରା ସତ୍ତ୍ୱେ ଭକ୍ତଙ୍କ ଭିଡ ଜମିଛି।

ଲମ୍ବା ଧାଡ଼ିରେ ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ଦର୍ଶନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଚଇତି ପର୍ବ ଅବସରରେ ମା ଙ୍କ ଠାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଉଥିବାବେଳେ ବାହାରେ ପ୍ରତ୍ୟେକ ଦିନ ଭଜନ, ସଙ୍ଗୀତ, ନୃତ୍ୟ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes