ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟର ବନ୍ୟା ପାଣି

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋର ଓ ନାଳରେ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଥିବା ଜଣାଯାଇଛି । ବୁଧବାର ଦିନତମାମ ବର୍ଷା ଲାଗି ରହିବା ଫଳରେ ସନ୍ଧ୍ୟାରେ ମେଣ୍ଡିଲିପାଲି ଓ ଲୁତୁରପଙ୍କ ମଧ୍ୟରେ ଥିବା ଘୁଙ୍ଗୀ ଯୋର ପୋଲ ଉପରେ ପ୍ରାୟ ପାଞ୍ଚ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବୀରମହାରାଜପୁର-ଅମରପାଲି ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes