କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ଗ୍ରାମରେ ଶନିବାର ଅପରାହ୍ନ ରେ ବାଡ଼ିରେ ଦା ଆ’ ସାହାଯ୍ୟରେ ଘାସ କାଟୁ ଥିବା ବେଳେ ଜଣେ୪୦ ବର୍ଷୀୟା ବିବାହିତା ମହିଳା ଦ୍ରୌପଦୀ ମହାନ୍ତ ଅସାବଧାନତାବଶତଃ ଦା ରେ ପାଣି ପମ୍ପ ର ବିଦ୍ୟୁତ ତାର କାଟି ଦେଇଥିଲେ।ଫଳରେ ସେ ବିଦ୍ୟୁତ୍ ଆଘାତ ରେ ଆସି ଗୁରୁତର ହୋଇଥିଲେ। ଗୁରୁତର ହୋଇଥିବା ମହିଳା ଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।