ଘର ପଛ ପାର୍ଶ୍ୱରେ ଥିବା ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚାକୁଣ୍ଡାପାଳ ଗ୍ରାମର ଘର ପଛ ପାର୍ଶ୍ୱ ଆମ୍ବ ଗଛରୁ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୃତକ ଜଣକ ହେଉଛନ୍ତି ମଧୁସୂଦନ ମୁଣ୍ଡା ।ସୂଚନା ଅନୁଯାୟୀ ମଧୁସୁଦନ ବାଙ୍ଗାଲୋରରେ ରହି କାମ କରୁଥିଲେ। କିଛି ଦିନ ପୂର୍ବରୁ ଗାଁକୁ ଫେରିଥିଲେ। ଆଜି ସକାଳୁ ତାଙ୍କ ଘର ପଛ ପଟରେ ଥିବା ଏକ ଆମ୍ବଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes