ଖୋର୍ଦ୍ଧା ଜଟଣୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି ପୁଲିସ।
ଅଭିଯୁକ୍ତ ଅପରାଧ ସ୍ବୀକାର କରିଥିବା ଡିସିପି ସୂଚନା ଦେଇଛନ୍ତି। ମୃତ ନାବାଳକର ବାପା, ମା’ ଟିଉସନ୍ କରନ୍ତି, ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍ ହେଉଥିଲେ, ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍ ଫି’ ବାକି ରହିଥିଲା, ବାକି ରହିଥିବା ଟଙ୍କା ଦେବାକୁ ତାକୁ ବାରମ୍ବାର ଟିଉସନ୍ ସାର୍ କହୁଥିଲେ, ଏହାକୁ ନେଇ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଡିସିପି କହିଛନ୍ତି। ଗତକାଲି ବେଣାପଞ୍ଜୁରୀ ଗାଁରେ ଘରେ ପଶି ନାବାଳକକୁ ଛୁରାମାଡ଼ ହୋଇଥିଲା।