ଆଜି ଦିପହରେ ଘଣ୍ଟାଏରୁ ଅଧିକ ସମୟ ପାଇଁ ବେତନଟୀ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହେବା ଫଳରେ ବେତନଟୀରେ ଅନେକ ସ୍ଥାନ ଜଳମଗ୍ନ ହୋଇପଡ଼ିଥିଲା l ବେତନଟୀ କଲେଜ ପରିସରରେ ଚାରିଆଡେ ଆଣ୍ଠୁଏ ବର୍ଷାଜଳ ଜମି ରହିଥିବା ହେତୁ କଲେଜରେ କାର୍ଯ୍ୟରତ କର୍ମଚାରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇ କଲେଜରୁ ବାହାରି ପାରିଥିଲେ l ସେହିପରି ବେତନଟୀ କୋର୍ଟ ପରିସରରେ ମଧ୍ୟ ବର୍ଷା ଜଳ ଜମିରହିଥିବା ସହ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ହେତୁ ଘଣ୍ଟାଏ ବର୍ଷାରେ ବେତନଟୀରେ ଅନେକଙ୍କ ଘର ଓ ଦୋକାନ ସାମ୍ନା ଜଳମଗ୍ନ ହୋଇରହିଥିଲା l
