ନିଆଁ ଲାଗିଲେ 18003457158 ନଂରେ କଲ୍ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ଜାଣିଶୁଣି ନିଆଁ ଲଗେଇଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ପିସିସିଏଫ୍। ଜଙ୍ଗଲ ନିଆଁ ଆୟାତ୍ତ ପାଇଁ ୨୦୪୬୧ ଫାୟାର ଲାଇନ ସୃଷ୍ଟି କରାଯାଇଛି। ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଦ୍ୱାରା ନିଆଁ ଉପର ନଜର ରଖାଯିବ, ଆବଶ୍ୟକ ସ୍ଥଳେ ମିନି ଡ୍ରୋନ ବ୍ୟବହାର କରାଯାଉଛି କହିଛନ୍ତି ପିସିସିଏଫ୍।