ଗ୍ରାମ ମୁହାଁ ଭାଲୁ , ଲୋକେ ଭୟଭୀତ

କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଯୋଗୀମଠ ବନ ବିଭାଗ ନର୍ସରୀରେ ଏଇ ବଣୁଆ ଭାଲୁ ଅଟକି ଯାଇଛି। ଭାଲୁଟି ପାଖ ଗ୍ରାମ ଦେଇ ଯାଉଥିବା ବେଳେ ଲୋକେ ଦେଖି ହୋ ହାଲ୍ଲା କରି ଗୋଡାଇବାରୁ ଭାଲୁ ଟି ପଥ ଭ୍ରଷ୍ଟ ହୋଇ ଚାଷ ଜମି ଦେଇ ନର୍ସରୀରେ ପଶି ଆଶ୍ରୟ ନେଇଛି।

ବନ ବିଭାଗ କର୍ମଚାରୀ ପହଞ୍ଚି ନର୍ସରୀକୁ କର୍ଡନ କରି ରଖିଛନ୍ତି। ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ରାତି ପର୍ଯ୍ୟନ୍ତ ଲୋକଙ୍କ ଠାରୁ ଭାଲୁଟିକୁ ସୁରକ୍ଷିତ ନର୍ସରୀରେ ରହିଲେ, ଆପେ ଜଙ୍ଗଲକୁ ପଳାଇବ ବୋଲି ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes