ଭୁବନେଶ୍ଵର ସହରାଞ୍ଚଳ ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷାର ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷା ୨ ଦିନ ଘୁଞ୍ଚିଛି। ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ୧୮ ତାରିଖରେ ଭୁବନେଶ୍ବରରେ ହେବ।
ଆବେଦନକାରୀଙ୍କ ଯାତାୟତ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ସ୍ଥଗିତ ହୋଇଛି। ୧୮ ତାରିଖରେ ସମାନ ସ୍ଥାନ ଓ ସମୟରେ ପରୀକ୍ଷା କରାଯିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ସୋସିଆଲ୍ ମିଡ଼ିଆ ‘x’ରେ ସୂଚନା ଦିଆଯାଇଛି।