ଗୁଳିମାଡରେ ଜଣେ ମୃତ,ଦୁଇ ଅଟକ (ଅପଡେଟ)

କେନ୍ଦୁଝର ଜିଲ୍ଲା ଵାରିଆ ଥାନା ଅନ୍ତର୍ଗତ ଭଣ୍ଡା ମେଡିକାଲକୁ ଜଣେ ଗୁଳି ବିଦ୍ଧ ମୃତଦେହ ଅଣାଯିବା ପରେ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ନାମ ମୃତ୍ୟଞ୍ଜୟ ବେହେରା(୪୦) ଓ ଘର ଝାଡ଼ଖଣ୍ଡ ରାଜ୍ୟର ଛଣପଦା ଗ୍ରାମରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଏହି ଘଟଣାରେ ପୋଲିସ ତାଙ୍କୁ ଆଣି ଥିବା ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। କେଉଁ କାରଣରୁ ଏବଂ କିଏ ଏହି ଗୁଳି ଫୁଟାଇ ହତ୍ୟା କରିଛି ଜଣା ପଡୁନାହିଁ। ତେବେ ଏହି ଗୁଳିକାଣ୍ଡ ଘଟଣା କେନ୍ଦୁଝର ସୀମା ମୟୁରଭଞ୍ଜ ଜିଲ୍ଲା ଚଢ଼େଇଭୋଳ ଅଞ୍ଚଳରେ ଘଟିଥିବା କୁହାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes