ଗୁଣି ସନ୍ଦେହରେ ୪ ଜଣଙ୍କୁ ମାଡ଼ ଘଟଣାରେ ଏତଲାକାରୀକୁ ହତ୍ୟା (ଅପଡେଟ)

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମାଧିଆପଲ୍ଲୀ ଗାଁରେ ଗତକାଲି ରାତିରେ ୪ ଜଣଙ୍କୁ ଗୁଣି ସନ୍ଦେହରେ ଗାଁ ଲୋକେ ପିଟିଥିବା ବେଳେ ଏ ନେଇ ଆହତଙ୍କ ପତ୍ନୀ ଏତଲା କରିଥିଲେ।

କାହିଁକି ଏତଲା ଦେଲ କହି ମହିଳାଙ୍କୁ ପିଟି ପିଟି ମାରି ଦେଇଛନ୍ତି ଗାଁ ଲୋକେ। ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଥିବାରୁ ୨ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ଏସଡିପିଓଙ୍କ ସମେତ ୩ଟି ଥାନାର ଆଇଆଇସି ଉପସ୍ଥିତ ଅଛନ୍ତି। ଗାଁ ପୁରୁଷଶୂନ୍ୟ ହୋଇଥିବାରୁ ୫୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଥାନାକୁ ଇଠାଇ ଆଣି ପୁଲିସ୍ ପଚରାଉଚରା କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes