ଗୁଜୁରାଟର ଭଡୋଦରା ସହରରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ତଥା ଭଡୋଦରାର ‘ଜୁହାର ପରିବାର’ ସଦସ୍ୟମାନଙ୍କ ଦ୍ଵାରା ମହାନ ଗଣପର୍ବ ନୁଆଁଖାଇ ପର୍ବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ବଲାଙ୍ଗୀରର ସାଂସ୍କୃତିକ ଅନୁଷ୍ଠାନ ‘କୋଶଲ ଫୋକ୍ ଅକାଡେମୀ’ର କଳାକାରମାନଙ୍କର ଦ୍ଵାରା ସମ୍ବଲପୁରୀ ନୃତ୍ୟଗୀତରେ ସଭିଏଁ ଝୁମି ଉଠିଥିଲେ । କଳାକାରମାନଙ୍କ ଦ୍ୱାରା ପରିବେଷିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଘୁଡକା ନାଚକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଏହି ଅବସରରେ ସମ୍ବଲପୁରୀ ହସ୍ତତନ୍ତ୍ରର ପ୍ରଚାରପ୍ରସାର ପାଇଁ ସମ୍ବଲପୁରୀ ଫ୍ୟାଶନ ସୋ ଆୟୋଜିତ ହୋଇଥିଲା ଓ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ। ସମସ୍ତେ ସମ୍ବଲପୁରୀ ଭାଷା ଓ ସଂସ୍କୃତିର ଭୁୟସି ପ୍ରଶଂସା କରିଥିଲେ । ଭଡୋଦରା ଜୁହାର ପରିବାର ପକ୍ଷରୁ ଏକ ସ୍ମରଣୀକା “ଆମର ମାଏଟ” ଉନ୍ମୋଚିତ ହୋଇଥିଲା ।