ରାଜସ୍ବ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ସରପଞ୍ଚ ଧ୍ରୁବ ଜ୍ୟୋତିଙ୍କୁ ଗିରଫ କରିଛି ପୁଲିସ।
ବାଲିଆପାଳ ଗାଁରେ ମନେରେଗା କାର୍ଯ୍ୟ ନାଁରେ ସୁବର୍ଣ୍ଣରେଖା ନଦୀରୁ ୧୦୦ରୁ ଉର୍ଦ୍ଧ୍ୱ ଲୋକେ ବାଲି ଉଠାଇ ଟ୍ରାକ୍ଟର ସାହାଯ୍ୟରେ ବିକ୍ରି କରୁଥିବା ଅଭିଯୋଗ ନେଇ ପ୍ରଶାସନ ଚଢ଼ାଉ ବେଳେ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଘେରିଥିଲେ।