ନୂଆ ଭୁବନେଶ୍ବର ଘୋଷଣାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ମଳିପଡ଼ା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ ନେଇ ହେବ ନୂଆ ସହର। ସିଙ୍ଗାପୁର ସରକାର ଏହାର ଡ୍ରଇଙ୍ଗ୍ ଓ ଡିଜାଇନ୍ ପ୍ରସ୍ତୁତ ଦାୟିତ୍ବ ନେଇଛନ୍ତି।
ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ବ୍ୟବସାୟିକ ପ୍ରତିଷ୍ଠାନ ରହିବ। ନୂଆ ସହରରେ ଶିଳ୍ପ ସଂସ୍ଥାକୁ ଗୁରୁତ୍ବ ଦିଆଯିବ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।