ଗାଧୋଉଥିବା ବେଳେ ବନ୍ୟା ପାଣି ମାଡ଼ି ଆସିଲା, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ସାନକିରାଶିରା ନିକଟସ୍ଥ ସୁରୁବାଲି ଯୋରକୁ ଗ୍ରାମର ୬ ଜଣ ଯୁବକ ନିକଟସ୍ଥ ସୁରୁବାଲି ଯୋରକୁ ଗାଧୋଇବାକୁ ଯାଇଥିଲେ । ଯୋର ମଝିରେ ଗାଧୋଉଥିବା ସମୟରେ ହଠାତ୍ ବନ୍ୟା ପାଣି ମାଡି ଆସିଥିଲା । ଉକ୍ତ ସ୍ଥାନରୁ ୫ ଜଣ ଯୁବକ ପହଁରି ପହଁରି କୂଳକୁ ଚାଲି ଆସିଥିବାବେଳେ ଗ୍ରାମର ଆଦର୍ଶ ପଧାନ ନାମକ ଜଣେ ଯୁବକ ଆସିପାରି ନ ଥିଲେ । ଯୋର ମଝିରେ ଥିବା ଏକ ଜାମ୍ବୁ ଗଛକୁ ଧରି ସେ ଆଶ୍ରୟ ନେଇଥିଲେ । ଅନ୍ୟ ସାଙ୍ଗମାନେ ଘଟଣା ସମ୍ପର୍କରେ ତୁରନ୍ତ ସୁବଳୟା ପୋଲିସ ଏବଂ ବୀରମହାରାଜପୁର
ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଏବଂ ସୁବଳୟା ପୋଲିସର ଏକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଢେର୍ ସମୟ ଧରି ଉଦ୍ୟମ କରିବା ପରେ ସୁରକ୍ଷିତ ବନ୍ୟା ପାଣିରୁ ଉଦ୍ଧାର କରିଥିଲେ । ଯୁବକଙ୍କ କୌଣସି ଅସୁବିଧା ହୋଇ ନ ଥିବା ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes