ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅମାତପାଲି ଗାଁ ମଝି ରାସ୍ତାରେ ସାମାନ୍ୟ ବର୍ଷାରେ ମଧ୍ୟ ପାଣି ଜମି ରହୁଛି । ଉକ୍ତ ରାସ୍ତା ଦେଇ ଖଇରମାଲ, ବରଘାଟ, ଦାଦରପାଲି, ବାଘରତୈଲା, ବ୍ରାହ୍ମଣୀପାଲି ଆଦି ଗାଁର ଲୋକମାନେ ମଧ୍ୟ ନିର୍ଭର କରିଥାନ୍ତି । ଖାଲଖମା ରାସ୍ତା ଯୋଗୁଁ ପାଣି ଜମି ରହୁଥିବାବେଳେ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।