ପୁରୀ ନିମାପଡ଼ାରେ ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ ସ୍ପଷ୍ଟ ଦିବାଲୋକରେ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ ହୋଇଛି କହିଛନ୍ତି। ବାଲେଶ୍ବର ଘଟଣାର ସପ୍ତାହକ ପରେ ପୁଣି ଭୟଙ୍କର ଘଟଣା ଘଟିଛି। ପ୍ରତିଦିନ ଅକଳ୍ପନୀୟ ଘଟଣା ମହିଳାଙ୍କ ବିରୋଧରେ ଘଟୁଛି, ବର୍ତ୍ତମାନର ସରକାରରେ ଅପରାଧୀ ଭୟ କରୁ ନାହାନ୍ତି, ସରକାରଙ୍କ ଛତ୍ରଛାୟା ତଳେ ରହିଛନ୍ତି, ଓଡ଼ିଶାରେ ମହିଳା ଅସୁରକ୍ଷିତ ହୋଇଯାଇଛନ୍ତି କହିଛନ୍ତି ନବୀନ।