ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ୱୀରଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି। ଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି ଏବଂ ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି।
୧୯୮୧ରୁ ୨୦୨୪-୨୫ ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ହୁଣ୍ଡିରୁ ସଂଗ୍ରହ ହୋଇଥିବା ବେଳେ ୧୫୮ କେଜି ୮୩୬ ଗ୍ରାମ ରୁପା ଦାନ ହୁଣ୍ଡିରୁ ସଂଗ୍ରହ ହୋଇଛି କହିଛନ୍ତି ଆଇନ ମନ୍ତ୍ରୀ। ୨୦୧୧ରୁ ୨୦୨୪-୨୫ ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ସଂଗ୍ରହ ହୋଇଛି।