ରତ୍ନ ଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁମୋଦିତ ୧୪ ପୃଷ୍ଠାର ଏକ ବିସ୍ତୃତ SOP ଆମର ହସ୍ତଗତ ହୋଇଛି। ଏହା ପାଇଁ ୨ ଟିମ୍ ଗଠନ ପାଇଁ ନିଷ୍ପତ୍ତି ହୋଇଛି।
ତତ୍ତ୍ବାବଧାରକ ଟିମ୍ ଓ କାର୍ଯ୍ୟବାହୀ ଟିମ୍ ଗଠନ କରାଯିବ। ଦୁଇଟି ଯାକ ଟିମ୍କୁ ମୁଖ୍ୟ ପ୍ରଶାସକ ଲିଡ୍ କରିବେ। କେଉଁଦିନ ଠାରୁ ଗଣତି ମଣତି ହେବ ପରିଚାଳନା କମିଟି ଚୂଡ଼ାନ୍ତ କରିବ। ନୀତିବହୁଳ ଦିନମାନଙ୍କରେ ଗଣତିମଣତି ହୋଇପାରିବ ନାହିଁ। ଆଜିଠୁ ନୀଳାଦ୍ରିବିଜେ ମଧରେ ଆମ ପାଖରେ ୧୩୫ ଦିନ ରହିଛି। ମାତ୍ର ଏହି ୧୩୫ ଦିନ ଭିତରୁ ୧୦୦ ଦିନ ଗଣତି ମଣତି ହୋଇ ପାରିବନି କହିଛନ୍ତି ମୁଖ୍ୟ ପ୍ରଶାସକ।