ଖୋର୍ଦ୍ଧା ଜିଲ୍ଲାରେ ତିନୋଟି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

କଲାଉଡ଼ ହୋଷ୍ଟିଙ୍ଗ ସେବା ପ୍ରଦାନ କରୁଥିବା ଏକ ଡାଟା ସେଣ୍ଟର ଫ୍ୟାସିଲିଟି ଖୋର୍ଦ୍ଧା ଜିଲ୍ଲାରେ 500 କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା କରିବାକୁ ଆଦାନୀ ଏଣ୍ଟରପ୍ରାଇଜେସର ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଛି l
ସେହିପରି 50 କୋଟି ଟଙ୍କା ନିବେଶରେ କମୋଡିଟି ଟ୍ରେଡିଙ୍ଗ ପାଇଁ ଏକ ସଫ୍ଟୱେର ବିକାଶ ଓ ଡିଜିଟାଲ ଫାର୍ମ ପ୍ରତିଷ୍ଠା କରିବାକୁ ପୁଷ୍ପମ ଟେକ୍ନୋଲୋଜିର ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି l 52.37 କୋଟି ଟଙ୍କା ନିବେଶରେ ଏକ ୱେରହାଉସିଂ ଏବଂ ଲଜିଷ୍ଟିକ ପାର୍କ ସ୍ଥାପନ ସକାଶେ ସ୍ମାର୍ଟ ଡିଜାଇନ ପ୍ରୋଜେକ୍ଟସର ଏକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije