ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଏହି ଘଟଣା ଘଟିଛି। ଗତକାଲି ମାଟି ଅତଡ଼ା ଖସି ଚାପି ହୋଇଯାଇଥିଲେ। ୬ ଘଣ୍ଟା ପରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହେଲା।

ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମାଙ୍ଗାନିଜ୍ ଚୋରା ଉତ୍ତୋଳନ ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes