ବାଲେଶ୍ଵର ଜିଲ୍ଲା ସୋର ରେଳଷ୍ଟେସନରେ ଆଜି ଦିନ ୩ ଟା ବେଳେ ପାରାଦୀପରୁ ହଳଦିଆ କୋଇଲା ବୋଝେଇ କରି ଯାଉଥିବା ଏକ ମାଲବାହୀ ଟ୍ରେନରେ ଦୁଇଟି ବଗିରେ ନିଆଁ ଲାଗିଥିବା ଗାର୍ଡ ଜାଣିପାରି ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦେବା ସହ ସୋର ଷ୍ଟେସନରେ ଟ୍ରେନକୁ ଅଟକ ରଖଥିଲେ।
ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।