କେନ୍ଦୁଝର ରୁ ଗଡିଲା ପୁରୀ – ଆନନ୍ଦ ବିହାର ସାପ୍ତାହିକ ଟ୍ରେନ

ଆଜି ଅପରାହ୍ନ ପ୍ରାୟ ୩.୩୦ରେ କେନ୍ଦୁଝର ଗଡ ରେଳ ଷ୍ଟେସନ୍ ରୁ ଗଡିଲା ପୁରୀ – ଆନନ୍ଦବିହାର ଟ୍ରେନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନଲାଇନ୍ ରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସର ରେ ବିଧାୟକ ମୋହନ ମାଝି ଓ ରେଳ ବାଇ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ଟ୍ରେନ ଯୋଡ଼ା ବ୍ଲକ ବାଂଶପାଣି ରେଳ ଷ୍ଟେସନ ଯାଇ ପୁରୀ ଫେରିବ ଏବଂ ନିର୍ଦ୍ଧାରିତ ସାରଣୀ ଅନୁଯାୟୀ ପ୍ରତ୍ୟେକ ସପ୍ତାହ ଶନିବାର ପୁରୀ ରୁ କେନ୍ଦୁଝରଗଡ ଦେଇ ଆନନ୍ଦ ବିହାର ( ନୂଆ ଦିଲ୍ଲୀ) ଯିବ। ବିଭିନ୍ନ ଦଳ, ସଂଗଠନ ପକ୍ଷରୁ ନୂଆ ଦିଲ୍ଲୀକୁ ଟ୍ରେନ ଚଳାଚଳ ନେଇ ଦାବି ହୋଇ ଆସୁଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes