କେନ୍ଦୁଝର ବଳଦେବଜୀଉ ମନ୍ଦିରରୁ ହୁଣ୍ଡି ଚୋରି

କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ ଅନ୍ୟାନ ଦାନ ସାମଗ୍ରୀ ଦୁର୍ବୃତ୍ତ ଲୁଟିନେଇଛନ୍ତି। ଗତ ରଥଯାତ୍ରା ପରଠୁ ହୁଣ୍ଡି ଖୋଲା ଯାଇ ନ ଥିବାରୁ ହୁଣ୍ଡିରେ ଲକ୍ଷାଧିକ ଦାନ ଟଙ୍କା ଥିବା ଅନୁମାନ କରାଯାଉଛି।

ଖବରପାଇ ଉପଜିଲ୍ଲାପାଳ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ଅନୁସନ୍ଧାନ ଆରମ୍ଭ କରିଛନ୍ତି। କଣ ଚୋରି ହୋଇଛି ତଦନ୍ତ ପରେ ଜଣା ପଡ଼ିବ ବୋଲି ଉପଜିଲାପାଳ ତଥା ଦେବତୋର୍ ନିର୍ବାହୀ ଅଧିକାରୀ ତ୍ରିଲୋଚନ ମହାନ୍ତି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes