କେନ୍ଦୁଝର ଜେଲରେ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା କାରାଗାରର ଜଣେ କଏଦୀଙ୍କ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ମୃତ ବ୍ୟକ୍ତିଙ୍କ ନାମ ଖଗେଶ୍ବର ବେହେରା। ସେ ୨୦୦୨ ମସିହାରେ ୫ଜଣ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଜେଲରେ ଥିଲେ। ପ୍ରଥମେ କେନ୍ଦୁଝର ଜିଲ୍ଲା ଦୌରା ଜଜ ତାଙ୍କୁ ଫାଶୀ ଦଣ୍ଡାଦେଶ ରାୟ ପ୍ରକାଶ ପରେ ଓଡ଼ିଶା ହାଇକୋର୍ଟରେ ତାଙ୍କୁ ୨୦୦୬ରେ ଆଜୀବନ କାରାଦଣ୍ଡ ଆଦେଶ ହୋଇଥିଲା । ସେ ଉତ୍କଟ ମଧୁମେହରେ ଆକ୍ରାନ୍ତ ଥିଲେ। ତାଙ୍କ ଘର ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୂଆସାହିରେ ବୋଲି ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes