କେନ୍ଦୁଝର ଜିଲ୍ଲା ଓକିଲ ସଂଘ ନିର୍ବାଚନ; ଆଲୋକ ସଭାପତି,ସଞ୍ଜିତ ସମ୍ପାଦକ

ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶନିବାର ଦିନ ଶେଷ ହୋଇଛି । ପୁର୍ବରୁ ଯୁଗ୍ମ ସମ୍ପାଦକ ଓ କାର୍ଯ୍ୟ ନିର୍ବାହୀ ସଦସ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଆଜି ସଭାପତି, ଉପସଭାପତି ଓ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହୋଇଥିଲା ।

ସଭାପତି ଭାବେ ଆଲୋକ କୁମାର ମହାନ୍ତ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ବିନିତା ଦାଶ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ କ୍ରମାଗତ ଭାବେ ଦ୍ୱିତୀୟ ଥର ସଞ୍ଜିତ ଦାସ ନିର୍ବାଚିତ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes