ସଦର ଏସଡିପିଓ ପି ଜେ ଟପୋଙ୍କ ବଦଳି ବାରିପଦା ସଦରକୁ ହୋଇଥିବା ବେଳେ ତାଙ୍କ ସ୍ଥାନକୁ ଫୁଲବାଣୀରୁ ମହେନ୍ଦ୍ର ମୁର୍ମୁଙ୍କ ବଦଳି ହୋଇଛି। ବଡ଼ବିଲ ଏସଡିପିଓ ହିମାଂଶୁ ବେହେରାଙ୍କ ବଦଳି ସୁନ୍ଦରଗଡ଼ ଜିଲ୍ଲା ସଦରକୁ ହୋଇଥିବା ବେଳେ ଉକ୍ତ ସ୍ଥାନକୁ ନୟାଗଡ ଜିଲ୍ଲାର ସନ୍ତୋଷ କୁମାର ବାରିକଙ୍କ ବଦଳି ହୋଇଛି। ଘଟଗାଁ ଏସଡିପିଓ ଅସିତ୍ ରଞ୍ଜନ ମହାନ୍ତିଙ୍କ ବଦଳି ରାଇଗଡା ଜିଲ୍ଲାକୁ ହୋଇଥିବା ତାଙ୍କ ସ୍ଥାନକୁ ସୁଶିଲ କୁମାର ମିଶ୍ରଙ୍କ ବଦଳି ହୋଇଛି। ଏସପି ଅଫିସରୁ ଶରତ ଚନ୍ଦ୍ର ପାତ୍ରଙ୍କ ବଦଳି ଭୁବନେଶ୍ୱର ହୋଇଥିବା ବେଳେ ତାଙ୍କ ସ୍ଥାନରେ ପୁଷ୍ପଲତା ବାରିକଙ୍କ ବଦଳି ହୋଇଛି।
