କେନ୍ଦୁଝର ଜିଲ୍ଲା ରେ ନୂତନ ଏସପି ଭାବେ ନିତିନ କୁଶଲକର ଆଜି ଯୋଗ ଦେଇଛନ୍ତି । ସର୍କିଟ ହାଉସ ରେ କେନ୍ଦୁଝର ପୋଲିସ ବିଭାଗ ପକ୍ଷରୁ ଅତିରିକ୍ତ ଏସପି ଓ ଅନ୍ୟ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ପରେ ଜିଲା ପୋଲିସ ମୁଖ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେଇଥିଲେ । ସେଠାରେ ଜିଲ୍ଲାର ସମୟ ପୋଲିସ ଅଧିକାରୀ ଉପସ୍ଥିତ ରହି ସ୍ଵାଗତ କରିଥିଲେ। ବଲାଙ୍ଗୀର ରୁ ବଦଳି ହୋଇ ଆଜି କେନ୍ଦୁଝର ଆସି କାର୍ଯ୍ୟରେ ଯୋଗ ଦେଇଛନ୍ତି।
