କେନଝିରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ଜାତୀୟ ଗଣିତ ଦିବସ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ
କେନଝିରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ଠାରେ ଶ୍ରୀନିବାସ ରାମନୁଜନଙ୍କ ଜନ୍ମ ଦିବସ ଅବସରରେ ଶୁକ୍ରବାର ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି।

ଗଣିତ ଶିକ୍ଷକ ଦୀନବନ୍ଧୁ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସିସି ବିନୟ ବିଶ୍ଵାଳ ଅତିଥି ଭାବେ ଯୋଗଦେଇ ରାମାନୁଜନଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକଙ୍କ ସମେତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଅଞ୍ଜଳି ସାହୁ, ପ୍ରଣବ ପଧାନ, ମିନାକ୍ଷୀ ସାହୁ ଓ ଶେଷଦେବ ବିଶି ଆଦି ଚାରିଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୁତ କରା ଯାଇଥିଲା। ପ୍ରମୋଦ ପାତ୍ର ସଭା ପରିଚାଳନା କରିଥିବାବେଳେ ଜିବର୍ଦ୍ଧନ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes