ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ କାଳ ଡ୍ୟାମରେ ଏବେ ସମସ୍ତ ଗେଟ ତାଲା ପଡି ରହିଥିବାର ଦେଖିବାକୁ ମିଳିଛି । ଯାହାକି ଲୋକେ ବୁଲିବାକୁ ଆସୁଥିବା ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଚାରି ଚକିଆ, ଦୁଇଚକିଆ ଯାନ ଆଦି ଭିତରକୁ ଯିବାକୁ ଦେଉନଥିବା ଜଣାପଡିଛି । ବନ୍ଦକୁ ନେଇ କୌଣସି ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିବା ବେଳେ ସମସ୍ତ ଗେଟ ତାଲା ପକାଇ ରଖାଯାଇଛି ।