କାଲିଠାରୁ ସ୍ଥିତି ସ୍ବାଭାବିକ ହେବ କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସୁବର୍ଣ୍ଣରେଖା ସ୍ଥିତିରେ ସୁଧାର ଆସୁଛି, ସଂଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିବ। ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ଅଛି, ମରାମତି କାମ କାଲି କିମ୍ବା ପଅରଦିନ ଆରମ୍ଭ ହେବ କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।
ବଂଶଧାରା, ନାଗାବଳୀ, କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି।ହୀରାକୁଦର ୪ ଗେଟ୍ ବନ୍ଦ, ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।ମୁଣ୍ଡଳିରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି, ଯାହାକି ସ୍ବାଭାବିକ।କାଣୀ ନଦୀରେ ଘାଇ ଯୋଗୁଁ ଯାଜପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହେଉଛି।