କାର୍‌କୁ ଘୋଷାଡ଼ି ନେବା: ହତ୍ୟା ଉଦ୍ୟମ ମାମଲା

ମଞ୍ଚେଶ୍ବର ଗଙ୍ଗୁଆ ନାଳ ପାଖରେ କାର୍‌କୁ ଟ୍ରକ୍‌ ଘୋଷାଡ଼ି ନେବା ଘଟଣାରେ ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ଗିରଫ କରିବା ସହ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ନେଇ ସୂଚନା ଦେଲେ DCP।

ଡିସିପି କହିଛନ୍ତି, କାଲି ମଧ୍ୟରାତିରେ ଟ୍ରକ୍‌-କାର୍‌ ମଧ୍ୟରେ ଦୁର୍ଘଟଣା ହୋଇଥିଲା, କାର୍‌ଟି ଟ୍ରକ୍‌ ଆଗକୁ ଆସି ଯାଇଥିଲା, ଟ୍ରକ୍‌ ଚାଳକ ଅଟକି ନ ଥିଲେ। କିଛି ବାଟ କାର୍‌କୁ ଘୋଷାଡ଼ି ନେଇଥିଲେ, PCR ପିଛା କରି ଧରିଲା। ଆଗରେ ରୋଡ୍‌ ବ୍ଲକ୍‌ କରି ପାହାଳ ଥାନା ଆଖପାଖରେ ଧରିଲୁ, ଡ୍ରାଇଭର ମାଡ଼ ଭୟରେ ଏପରି କରିଥିବା କହୁଥିଲେ ବି ହତ୍ୟା ଉଦ୍ୟମ ମାମଲ ହୋଇଛି କହିଛନ୍ତି ଡିସିପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes